ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇୱାକୁ ପିଟିଲା ବାଇକ, ୨ ମୃତ

ଅକ୍ଷର ବ୍ୟୁରୋ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ବାଇକରେ ଦୁଇ ଜଣ ବ୍ୟକ୍ତି କାମ ସାରି ଘରକୁ ଫେରୁଥିବା ବେଳେ କରଞ୍ଜକଟା ଛକ ନିକଟରେ ରାସ୍ତା କଡ଼ରେ ଠିଆ ହେଇଥିବା ଏକ ହାଇୱାକୁ ପିଟିଥିଲେ । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)