ଅକ୍ଷର ବ୍ୟୁରୋ: ଚୀନର ଦକ୍ଷିଣ-ପଶ୍ଚିମ ଗୁଆଙ୍ଗସି ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।
ସୂଚନା ମୁତାବକ , ବିସ୍ଫୋରଣ ଏତେ ଜୋର ଥିଲା ଯେ ଅନେକ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୭ ଜଣ ଗମ୍ଭୀର ଭାବେ ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ଏବଂ ଆପତ୍ତକାଳୀନ ସେବାଗୁଡିକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣା ପାଇପ୍ ଗ୍ୟାସ୍ ଲିକ୍ କିମ୍ବା କୌଣସି ତ୍ରୁଟି ଯୋଗୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି |













Leave a Reply