ଅକ୍ଷର ବ୍ୟୁରୋ: ରାଜ୍ୟରେ ବଢ଼ୁଥିବା ଭିଡ଼ହିଂସା ଓ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୁରୁତର ଚିନ୍ତା ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ | ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆଇନକୁ ହାତକୁ ନେବା କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏହି ପ୍ରକାର ଘଟଣାକୁ ସେ ଦୃଢ଼ ଭାବେ ନିନ୍ଦା କରୁଛନ୍ତି।
ସାଂସଦ ମନମୋହନ ସାମଲ କହିଛନ୍ତି ଯେ, ଭିଡ଼ହିଂସାକୁ ଦମନ କରିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ଅଧିକ କଠୋର ପଦକ୍ଷେପ ଆବଶ୍ୟକ। ଆଇନକୁ କଡ଼ା ହସ୍ତରେ କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି। ବାଲିଅନ୍ତା ଓ ରାୟଗଡ଼ାରେ ଘଟିଥିବା ଭିଡ଼ହିଂସା ଘଟଣା ସରକାରଙ୍କ ଛବିକୁ ମଳିନ କରିଛି ବୋଲି ଅଭିଯୋଗ କରି ସେ ପୁଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାଗୁଡ଼ିକ ଆଇନ-ଶୃଙ୍ଖଳା ବ୍ୟବସ୍ଥାର ଦୁର୍ବଳତାକୁ ପ୍ରକାଶ କରୁଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭବିଷ୍ୟତରେ ଏପରି ଘଟଣା ପୁଣି ନ ଘଟିବା ପାଇଁ ସରକାରକୁ ଅଧିକ ସତର୍କ ଓ ଦାୟିତ୍ୱଶୀଳ ହେବା ଦରକାର।












Leave a Reply