ଅକ୍ଷର ବ୍ୟୁରୋ: ପବିତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଭିତରେ ପୁଣି ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆର୍ମି ଅଫିସର ବେଶରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଅଟକ ରଖି ପୁଲିସ ହସ୍ତାନ୍ତର କରିଛି।
ସୂଚନା ଅନୁସାରେ, ସନ୍ଦିଗ୍ଧ ବ୍ୟକ୍ତି ଆର୍ମି ୟୁନିଫର୍ମ ପିନ୍ଧିଥିବା ସହ କାନ୍ଧରେ ଅଶୋକ ସ୍ତମ୍ଭ ଚିହ୍ନ ଲଗାଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ତାଙ୍କ ଚଳଚଳନ ଓ ବ୍ୟବହାରକୁ ଦେଖି ସୁରକ୍ଷା କର୍ମୀଙ୍କୁ ସନ୍ଦେହ ହେବାରୁ ତୁରନ୍ତ ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ପ୍ରାଥମିକ ଯାଞ୍ଚରେ ତାଙ୍କ ପରିଚୟକୁ ନେଇ ସନ୍ଦେହ ଉପସ୍ଥିତ ହୋଇଛି। ଅଟକ ବ୍ୟକ୍ତି ନିଜକୁ ରାଜସ୍ଥାନର ବୋଲି ପରିଚୟ ଦେଉଥିବାବେଳେ ସେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି। ଏହି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠିଛି। ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ଅଟକ ରଖି ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରିଛନ୍ତି। ବର୍ତ୍ତମାନ ପୁଲିସ ତାଙ୍କୁ ଗଭୀର ଜେରା କରୁଛି ଏବଂ ତାଙ୍କ ପ୍ରକୃତ ପରିଚୟ ଓ ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ତଦନ୍ତ ଜାରି ରହିଛି।












Leave a Reply