ଅକ୍ଷର ବ୍ୟୁରୋ: ଭାରତୀୟ ସେନାର ସମୁଦ୍ର ଶକ୍ତିରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ାଯାଇଛି। କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଭାରତୀୟ ନୌସେନାରେ ୩ଟି ସ୍ୱଦେଶୀ ଡିଜାଇନ୍ ଏବଂ ନିର୍ମିତ ଆଧୁନିକ ଷ୍ଟେଲଥ୍ ଫ୍ରିଗେଟ୍ ଯୁଦ୍ଧପୋତ ସାମିଲ କରାଯାଇଛି। ଏହି ଯୁଦ୍ଧପୋତଗୁଡ଼ିକ ସାମିଲ ହେବା ସହ ଦେଶର ସମୁଦ୍ର ରକ୍ଷା କ୍ଷମତା ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ସ୍ୱଦେଶୀ ପ୍ରଯୁକ୍ତିରେ ତିଆରି ଏହି ଆଡଭାନ୍ସଡ୍ ଷ୍ଟେଲଥ୍ ଫ୍ରିଗେଟ୍ଗୁଡ଼ିକ ଭାରତର ନୌସେନାକୁ ନୂଆ ମାନକରେ ପହଞ୍ଚାଇବ।
ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗ ଦେଇ ତିନୋଟି ଯୁଦ୍ଧପୋତକୁ ସେନାରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଏହା “ନୂତନ ଭାରତର ସବୁଠାରୁ ବଡ଼ ସଫଳତାମାନଙ୍କ ମଧ୍ୟରୁ ଗୋଟିଏ”। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତର ସାମରିକ ଶକ୍ତି ବିଶ୍ୱ ଦରବାରରେ ନୂଆ ପରିଚୟ ଗଢ଼ିଛି। ଭବିଷ୍ୟତରେ ଭାରତ ଆତ୍ମନିର୍ଭରତା ଦିଗରେ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିବ ଏବଂ କେବଳ କ୍ରେତା ନୁହେଁ, ବରଂ ଯୁଦ୍ଧ ଜାହାଜ ଉତ୍ପାଦନର ଏକ ବଡ଼ କେନ୍ଦ୍ର ହେବ।













Leave a Reply