ସ୍ନାନପୂର୍ଣ୍ଣମୀଠୁ ୧୫ ଦିନ ଏକାନ୍ନରେ ଦଇତାପତି ପରିବାର,ମାଟି ଚୂଲିରେ ରନ୍ଧା ହେବ ହବିଷାନ୍ନ

ପଡ଼ିଲା ସ୍ନାନ ଜଳ, ପିତୃପୁରୁଷଙ୍କୁ ଭୋଗ ଲାଗୁଛି ହବିଷାନ୍ନ

ପୁରୀ : ବଡ଼ଦେଉଳ ବିଧି ସହ ଯୋଡ଼ି ହୋଇଛି ସେବାୟତ ଘର ପରମ୍ପରା । ସ୍ନାନପୂର୍ଣ୍ଣିମା ଠାରୁ ଏକାନ୍ନରେ ରହିବେ ଦଇତାପତି ପରିବାର । ଘର ଦ୍ୱାର ହେଲା ଲିପା ପୋଛା । ହାଣ୍ଡିଶାଳରେ ଛିଞ୍ଚା ହେଲା ମହାପ୍ରଭୁଙ୍କ ସ୍ନାନ ଜଳ । ମାଟିରେ ତିଆରି ହେଲା ଚୂଲି । ନୂଆ ମାଟି ହାଣ୍ଡିରେ ପ୍ରସ୍ତୁତ ହେବ ହବିଷାନ୍ନ । ହାଣ୍ଡିଶାଳରେ ରହିଛନ୍ତି ପିତୃପୁରୁଷ(ବଡ଼ବଡ଼ିଆ) । ହବିଷ ରାନ୍ଧି ବଡ଼ବଡ଼ିଆଙ୍କୁ ଭୋଗ ଲଗାଉଛନ୍ତି କୂଳବଧୁ । ଏହାପରେ ସମସ୍ତେ ହବିଷାନ୍ନ ଗ୍ରହଣ କରୁଛନ୍ତି । ଏକାନ୍ନରେ ରହିବେ ଦଇତାପତି ପରିବାର

ହାଣ୍ଡିଶାଳରେ ଛିଞ୍ଚା ହୁଏ ମହାପ୍ରଭୁଙ୍କ ସ୍ନାନ ଜଳ, ପରେ ମାଟି ଚୂଲିରେ ରନ୍ଧା ହେବ ହବିଷାନ୍ନ

ଏହି ବିଧିବିଧାନ ସ୍ନାନ ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇ ଅଣସର ୧୫ଦିନ ପର୍ଯ୍ୟନ୍ତ ଚାଲିଥାଏ । ଘରର ପୁରୁଷ ଲୋକ ଶ୍ରୀ ମନ୍ଦିରରେ ଶ୍ରୀ ବିଗ୍ରହଙ୍କ ଗୁପ୍ତପୂଜାରେ ରହିଛନ୍ତି ଦଇତାପତି । ଏବଂ ପତିତପାବନଙ୍କୁ ପୂଜୁଛନ୍ତି ଘରେ ଥିବା ମହିଳାମାନେ । ପିଢ଼ି ପରେ ପିଢ଼ି ଘରର ମହିଳାମାନେ ସମ୍ଭାଳିଛନ୍ତି ଏହି ସବୁ ରୀତିନୀତି । ସ୍ନାନବେଦିରେ ମହାପ୍ରଭୁଙ୍କ ସ୍ନାନ ବଢ଼ିଲାପରେ ଉକ୍ତ ସ୍ନାନଜଳ ଆସି ସେମାନଙ୍କ ହାଣ୍ଡିଶାଳ ସମେତ ନୂଆ କରି ତିଆରି ହୋଇଥିବା ମାଟି ଚୁଲି ଓ ହାଣ୍ଡିରେ ଛିଞ୍ଚା ହୁଏ । ମାଟି ଚୁଲିରେ ରନ୍ଧା ହେଲା ହବିଷାନ୍ନ ଓ ଡାଲି । କଞ୍ଚା ମୁଗରେ କଦଳୀ ଓ ସାରୁ ପଡ଼ି ରନ୍ଧା ଯାଏ ଏହି ହବିଷାନ୍ନ  । ହାଣ୍ଡିଶାଳରେ ବଡ଼ବଡ଼ିଆଙ୍କୁ ପୂଜା କରାଗଲା ପରେ ସମସ୍ତେ ଗ୍ରହଣ କରନ୍ତି ଖାଦ୍ୟ । ପୁରୁଷ ଓ ମହିଳାମାନେ ଏକାନ୍ନ ରୁହନ୍ତି । ଏପରିକି ଅବିବାହିତ ଝିଅ ବାହାରେ ରହିଲେ ସମ୍ପୂର୍ଣ୍ଣ ନିଷ୍ଠାର ସହ ରୁହନ୍ତି

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)