ସ୍କୁଲ୍‌ ଯିବା ବାଟରେ ଅଘଟଣ: ଅଟୋ ଓଲଟି ୮ ଛାତ୍ରଛାତ୍ରୀ ଆହତ

ଅକ୍ଷର ବ୍ୟୁରୋ: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଘଟିଛି ଏହି ଅଘଟଣ । ବାହନଗା ବ୍ଲକ୍‌ ଷଠି ନିକଟରେ ହଠାତ୍‌ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ସ୍ୱାଧୀନତା ଦିବସ ପାଳନ ପାଇଁ ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଅଭିମୁଖେ ଯାଉଥିଲେ । ଏହି ସମୟରେ ଷଠି ନିକଟରେ ଅଟୋଟି କୌଣସି କାରଣରୁ ନିୟନ୍ତ୍ରଣ ହରାଇଥିଲା । ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିବାରୁ ଏଥିରେ ଥିବା ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାରେ ଅଟୋ ଚାଳକ ମଧ୍ୟ ଆହତ ହୋଇଛନ୍ତି । ଅଘଟଣ ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଛାତ୍ରୀ ଓ ଡ୍ରାଇଭରଙ୍କୁ ଅଟୋରୁ ବାହାର କରିଥିଲେ । ପରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସୋର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial