ପୁରୀରେ ବଡ଼ ଅଘଟଣ ଅଳ୍ପକେ ଟଳିଲା: ଷ୍ଟେସନ୍‌ଠାରୁ ୫୦୦ ମିଟର ଦୂରରେ ଲାଇନଚ୍ୟୁତ ତାଳଚେର-ପୁରୀ ଟ୍ରେନ୍‌

ଅକ୍ଷର ବ୍ୟୁରୋ: ପୁରୀରେ ଅଳ୍ପକେ ଟଳିଲା ବଡ଼ ରେଳ ଦୁର୍ଘଟଣା। ତାଳଚେର-ପୁରୀ ଟ୍ରେନ୍‌ ଷ୍ଟେସନ୍‌ଠାରୁ ମାତ୍ର ପ୍ରାୟ ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଷ୍ଟେସନ୍‌ ନିକଟରେ ହଠାତ୍ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିଲା। ଘଟଣା ପରେ ଟ୍ରେନ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା।

ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି। ଷ୍ଟେସନ୍‌ଠାରୁ ଏତେ ନିକଟରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାରୁ ଏକ ବଡ଼ଧରଣର ଅଘଟଣ ଅଳ୍ପକେ ଟଳିଯାଇଥିବା କୁହାଯାଉଛି। ଘଟଣା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ବଢ଼ାଯାଇଛି। ଲାଇନଚ୍ୟୁତ ହୋଇଥିବା ଟ୍ରେନ୍‌କୁ ପୁଣି ସ୍ୱାଭାବିକ ଭାବେ ଟ୍ରାକ୍‌କୁ ଆଣିବା ସହ ରେଳ ଚଳାଚଳ ସୁଗମ କରିବା ପାଇଁ କାମ ଆରମ୍ଭ ହୋଇଛି। ଅନ୍ୟପଟେ, ଟ୍ରେନ୍‌ଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା, ତାହା ଏବେ ସ୍ପଷ୍ଟ ହୋଇନାହିଁ। ରେଳ ବିଭାଗ ପକ୍ଷରୁ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ଷ୍ଟେସନ୍‌ଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟଣା ଘଟିଥିବାରୁ ରେଳ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial