ଅକ୍ଷର ବ୍ୟୁରୋ: ୮୦ତମ ସ୍ୱାଧୀନତା ଦିବସ ପୂର୍ବରୁ ଦେଶର ବୀର ଯୋଦ୍ଧା ଓ ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ସମ୍ମାନ। ୭୮ ଜଣ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କର୍ମଚାରୀଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ୭୮ଟି ପୁରସ୍କାର ମଧ୍ୟରୁ ୧୩ଟି ମରଣୋତ୍ତର ସମ୍ମାନ ରହିଛି।ଅନୁମୋଦିତ ବୀରତ୍ୱ ପୁରସ୍କାର ତାଲିକାରେ ୯ଟି କୀର୍ତ୍ତି ଚକ୍ର ରହିଛି। ଏଥିରୁ ୭ଟି ମରଣୋତ୍ତର। ସେହିପରି ୧୯ଟି ଶୌର୍ଯ୍ୟ ଚକ୍ର ମଧ୍ୟରୁ ଗୋଟିଏ ମରଣୋତ୍ତର ସମ୍ମାନ ରହିଛି।
ରାଷ୍ଟ୍ରପତି ୫ଟି ପୁନର୍ବାର ସେନା ସାହସିକତା ପୁରସ୍କାର ଏବଂ ୩୬ଟି ସେନା ସାହସିକତା ପୁରସ୍କାର ପ୍ରଦାନ ପାଇଁ ମଧ୍ୟ ଅନୁମୋଦନ କରିଛନ୍ତି। ଏହି ୩୬ଟି ପୁରସ୍କାର ମଧ୍ୟରୁ ୫ଟି ମରଣୋତ୍ତର ସମ୍ମାନ ରହିଛି। ଏଥିସହ ତାଲିକାରେ ୩ଟି ନୌସେନା ସାହସିକତା ପୁରସ୍କାର ଏବଂ ୫ଟି ବାୟୁସେନା ସାହସିକତା ପୁରସ୍କାର ମଧ୍ୟ ସାମିଲ ରହିଛି। ଦେଶର ସୁରକ୍ଷା ପାଇଁ ଅସାଧାରଣ ସାହସ, କର୍ତ୍ତବ୍ୟନିଷ୍ଠା ଓ ବୀରତ୍ୱ ପ୍ରଦର୍ଶନ କରିଥିବା ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କର୍ମଚାରୀଙ୍କ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାରଗୁଡ଼ିକ ଅନୁମୋଦିତ ହୋଇଛି। ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ଏହି ଅନୁମୋଦନ ଦେଶ ପାଇଁ ବୀରତ୍ୱ ଓ ବଳିଦାନର ଗୁରୁତ୍ୱକୁ ପୁଣିଥରେ ସାମ୍ନାକୁ ଆଣିଛି।















Leave a Reply