ମୁମ୍ବାଇ: ବକ୍ସ ଅଫିସ୍ରେ ଧମାକା କରୁଛି ବଲିଉଡ୍ର ବହୁପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ ୩: ଦ କନକ୍ଲୁଜନ’। ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଏବଂ ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ୍ର ମାତ୍ର ଦୁଇ ଦିନ ମଧ୍ୟରେ ୧୦୦ କୋଟି କ୍ଲବ୍ରେ ପ୍ରବେଶ କରିଛି। ଅକ୍ଟୋବର ୨ରେ ପରଦାକୁ ଆସିଥିବା ଫିଲ୍ମଟି ବକ୍ସ ଅଫିସ୍ରେ ଦମ୍ଦାର ବ୍ୟବସାୟ କରି ଚର୍ଚ୍ଚାରେ ରହିଛି। ରିପୋର୍ଟ ଅନୁସାରେ, ‘ଦୃଶ୍ୟମ ୩’ର ଓପନିଂ ଡେ କଲେକସନ୍ ପ୍ରାୟ ୭୦ କୋଟି ଟଙ୍କା ରହିଥିଲା। ଏହାପରେ ଦ୍ୱିତୀୟ ଦିନର ବ୍ୟବସାୟ ମିଶାଇ ଫିଲ୍ମର ମୋଟ କଲେକସନ୍ ୧୧୨.୯୮ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ଆଜି ରବିବାର ଥିବାରୁ ଫିଲ୍ମର ବ୍ୟବସାୟ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି।
ଫିଲ୍ମର ଏହି ଦମ୍ଦାର ଆରମ୍ଭକୁ ଦେଖି ଏହା ଚଳିତ ବର୍ଷର ସବୁଠାରୁ ବଡ଼ ବ୍ଲକବଷ୍ଟର ମଧ୍ୟରୁ ଗୋଟିଏ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଫିଲ୍ମଟି ଅତିକମରେ ୫୦୦ କୋଟି ଟଙ୍କା ବ୍ୟବସାୟ କରିପାରେ ବୋଲି ଆକଳନ କରାଯାଉଛି। ଏହା ସଫଳ ହେଲେ ‘ଦୃଶ୍ୟମ ୩’ ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ମଧ୍ୟରୁ ଗୋଟିଏ ହୋଇପାରେ। ଏହି ଫିଲ୍ମରେ ଅଜୟ ଦେବଗନ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ‘ବିଜୟ ସାଲଗାଁଓକର’ ଚରିତ୍ରରେ ଫେରିଛନ୍ତି। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅଜୟ ଦେବଗନଙ୍କ ସହ ଜୟଦୀପ ଅହଲାଵତ, ତବୁ, ଶ୍ରିୟା ଶରଣ ଓ ପ୍ରକାଶ ରାଜ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।
ରିଲିଜ୍ ପୂର୍ବରୁ ହିଁ ‘ଦୃଶ୍ୟମ ୩’କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଆଡଭାନ୍ସ ବୁକିଂରେ ମଧ୍ୟ ଫିଲ୍ମଟି ଦମ୍ଦାର ଆରମ୍ଭ କରିଥିଲା। ଏବେ ରିଲିଜ୍ ପରେ ବକ୍ସ ଅଫିସ୍ରେ ଏହାର ଜବରଦସ୍ତ ପ୍ରଦର୍ଶନ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇଛି। ଫିଲ୍ମକୁ ନେଇ ବଲିଉଡ୍ରେ ମଧ୍ୟ ପ୍ରଶଂସାର ଚର୍ଚ୍ଚା ଜୋର୍ ଧରିଛି। ଏବେ ରବିବାରର ବ୍ୟବସାୟ ପରେ ‘ଦୃଶ୍ୟମ ୩’ କେତେ ଆଗକୁ ଯାଉଛି ଏବଂ ୫୦୦ କୋଟିର ଟାର୍ଗେଟ୍ ଛୁଇଁ ପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର।













Leave a Reply