ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ(ଏନପିସିଆଇ)ପକ୍ଷରୁ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ। ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ)ର ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଏହା ଏକ ବଡ ଖବର। ଏନପିସିଆଇ ପକ୍ଷରୁ ବ୍ୟାଙ୍କ ଓ ୟୁପିଆଇ ଆପ୍ସ ପାଇଁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି, ଯାହାକି ଏପ୍ରିଲ ୧ରୁ ଲାଗୁ ହେବ । ୟୁପିଆଇ ଟ୍ରାଞ୍ଜାକସନକୁ ଅଧିକ ସୁରକ୍ଷିତ କରିବା ହେଉଛି ଏନପିସିଆଇର ଉଦ୍ଦେଶ୍ୟ। ଅଧିକାଂଶ ସମୟରେ ମୋବାଇଲ ନମ୍ବର ବଦଳିବା ବା ନୂଆ ଗ୍ରାହକଙ୍କୁ ରି-ଆସାଇନ କରାଯିବା କାରଣରୁ ଭୁଲ ୟୁପିଆଇ ଟ୍ରାଞ୍ଜାକସନର ଆଶଙ୍କା ବଢ଼ିଯାଇଥାଏ । ଏହାକୁ ଧ୍ୟାନରେ ରଖି ମୋବାଇଲ ନମ୍ବରକୁ ନିୟମିତ ଭାବେ ଅପଡେଟ କରିବାକୁ ବ୍ୟାଙ୍କ ଓ ୟୁପିଆଇ ଆପ୍ସକୁ ଏନପିସିଆଇ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ପୁରୁଣା ମୋବାଇଲ ନମ୍ବର କାରଣରୁ ହେଉଥିବା ତ୍ରୁଟିକୁ ରୋକାଯାଇପାରିବ ଓ ୟୁପିଆଇ ସିଷ୍ଟମ ପୂର୍ବାପେକ୍ଷା ଅଧିକ ସେଫ ଓ ଭରସାଯୋଗ୍ୟ ହୋଇପାରିବ।
ଏପ୍ରିଲ ୧ରୁ ଲାଗୁ ହେବ ୟୁପିଆଇର ନୂଆ ଗାଇଡଲାଇନ୍ସ; ଏନପିସିଆଇ ପକ୍ଷରୁ ସୂଚନା












Leave a Reply