ଅକ୍ଷର ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ପାଇଁ ବଡ଼ ଖବର। ଆଉ ୪ ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ କରିଛନ୍ତି। ବିଚାରପତି ଭାବେ ସୁପାରିସ୍ ହୋଇଥିବା ୪ ଜଣ ହେଲେ ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାଶ, ଗୌତମ ମିଶ୍ର ଏବଂ ରଜିତ୍ ରାୟ।
ଦୀର୍ଘଦିନ ଧରି ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ଏହି ୪ ଜଣଙ୍କ ଆଇନ କ୍ଷେତ୍ରର ଅଭିଜ୍ଞତାକୁ ବିଚାରକୁ ନେଇ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଥିବା ଜଣାପଡ଼ିଛି। ତେବେ କଲେଜିୟମର ସୁପାରିସ୍ ପରେ ଏବେ ଚୂଡ଼ାନ୍ତ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ। ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ ହୋଇ ଚୂଡ଼ାନ୍ତ ନିଯୁକ୍ତି ହେବା ପରେ ଏହି ୪ ଜଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ହାଇକୋର୍ଟରେ ମାମଲାର ଚାପ ଓ ବିଚାରାଧୀନ ମାମଲା ସଂଖ୍ୟା ବଢ଼ୁଥିବା ସମୟରେ ନୂଆ ବିଚାରପତିଙ୍କ ନିଯୁକ୍ତି ନ୍ୟାୟିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ନୂଆ ବିଚାରପତିଙ୍କ ନିଯୁକ୍ତି ଫଳରେ ମାମଲାର ତ୍ୱରିତ ଶୁଣାଣି ଓ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଗତି ଆସିବ ବୋଲି ଆଶା ରହିଛି। ଏବେ ସମସ୍ତଙ୍କ ନଜର ରହିଛି ଚୂଡ଼ାନ୍ତ ନିଯୁକ୍ତି ପ୍ରକ୍ରିୟା ଉପରେ।












Leave a Reply