ରାଜଧାନୀରେ ନକଲି ଛେନା ଉପରେ ଚଢ଼ାଉ: ଓମଫେଡ୍ ବୁଥ୍‌ରୁ କୁଇଣ୍ଟାଲରୁ ଅଧିକ ଜବତ, ଟେଷ୍ଟ ପରେ ନଷ୍ଟ

ଅକ୍ଷର ବ୍ୟୁରୋ: ରାଜଧାନୀରେ ନକଲି ଛେନାକୁ ନେଇ ପ୍ରଶାସନର ବଡ଼ ଚଢ଼ାଉ। ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଏକ ଓମଫେଡ୍ ବୁଥ୍‌ରେ ଚଢ଼ାଉ କରି କୁଇଣ୍ଟାଲରୁ ଅଧିକ ନକଲି ଛେନା ଜବତ କରାଯାଇଛି। କେମିକାଲ୍ ଟେଷ୍ଟରେ ଛେନା ନକଲି ବୋଲି ପ୍ରମାଣିତ ହେବା ପରେ ଜବତ ସମସ୍ତ ଛେନାକୁ ନଷ୍ଟ କରାଯାଇଛି।

ଚଢ଼ାଉ ବେଳେ ମିଳିଥିବା ଛେନାକୁ ପ୍ରଥମେ ପରୀକ୍ଷା କରାଯାଇଥିଲା। କେମିକାଲ୍ ଟେଷ୍ଟରେ ଏହା ନକଲି ବୋଲି ଜଣାପଡ଼ିବା ପରେ ଜବତ ଛେନାକୁ ଡଷ୍ଟବିନ୍‌ରେ ଫିଙ୍ଗି ନଷ୍ଟ କରାଯାଇଛି। ଏହାସହ ଅଧିକ ତଦନ୍ତ ପାଇଁ ପନିର ଓ ଛେନାର ନମୁନା ଲ୍ୟାବ୍‌କୁ ପଠାଯାଇଛି। ନକଲି ଓ ଅସୁରକ୍ଷିତ ଖାଦ୍ୟ ସାମଗ୍ରୀ ବିକ୍ରି କରି ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଆଇନଗତ ଦଣ୍ଡବିଧାନ କରାଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ରାଜଧାନୀରେ ଖାଦ୍ୟ ସାମଗ୍ରୀରେ ଭେଜାଲକୁ ନେଇ ପ୍ରଶାସନର ଏଭଳି ଚଢ଼ାଉ ପରେ ଏବେ ଅନ୍ୟ ବୁଥ୍ ଓ ଦୋକାନଗୁଡ଼ିକ ଉପରେ ମଧ୍ୟ ନଜର ବଢ଼ିବା ଆଶା କରାଯାଉଛି। ଲ୍ୟାବ୍‌ ରିପୋର୍ଟ ଆସିବା ପରେ ନକଲି ପନିର ଓ ଛେନା କାରବାର ସମ୍ପର୍କରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial