ଅକ୍ଷର ବ୍ୟୁରୋ: ଶୋଇଥିବା ବେଳେ ସାପ କାମୁଡ଼ିବାରୁ ଅଜା-ନାତିଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଟିକାୟତପାଲି ଥାନା ଅନ୍ତର୍ଗତ ତିଳେଇମାଲ ଗାଁର ଭୂୟାଁ ସାହିରେ ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ରାତିରେ ଘରେ ଅଜା ଓ ନାତି ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା। ସର୍ପାଘାତ ପରେ ଉଭୟ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ବଣାଇଁ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏକାସାଙ୍ଗରେ ଅଜା-ନାତିଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ତିଳେଇମାଲ ଗାଁରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ମଧ୍ୟ ଶୋକ ପ୍ରକାଶ ପାଇଛି। ରାତିରେ ଶୋଇଥିବା ସମୟରେ ସାପ କାମୁଡ଼ିବାରୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି
















Leave a Reply