ନିମାପଡ଼ା କଲେଜରେ ଛାତ୍ରଛାତ୍ରୀଙ୍କ ସହ ମୋଦୀଙ୍କ ଭର୍ଚୁଆଲ୍ ଆଲୋଚନା: ୨୭ରେ ‘ଖେଲ୍ କି ବାତ୍, ପ୍ରଧାନମନ୍ତ୍ରୀ ମୋଦୀ କେ ସାଥ୍’

ନିମାପଡ଼ା: ନିମାପଡ଼ା କଲେଜର ଛାତ୍ରଛାତ୍ରୀଙ୍କ ସହ ଭର୍ଚୁଆଲ୍ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୭ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ‘ଖେଲୋ ଇଣ୍ଡିଆ ଡାଏଲଗ୍–ଖେଲ୍ କି ବାତ୍, ପ୍ରଧାନମନ୍ତ୍ରୀ ମୋଦୀ କେ ସାଥ୍’ କାର୍ଯ୍ୟକ୍ରମରେ ନିମାପଡ଼ା କଲେଜ ଯୋଡ଼ିହେବ ।

ଏହି କାର୍ଯ୍ୟକ୍ରମରେ ଦେଶର ୧,୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ସାମିଲ ହେବେ । କ୍ରୀଡ଼ା କ୍ଷେତ୍ରର ବିକାଶ ସହ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନୂଆ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ ଏବଂ ଆଗାମୀ ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତର ପ୍ରସ୍ତୁତି ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ଆଲୋଚନାର ସୁଯୋଗ ମିଳିବାକୁ ନେଇ ନିମାପଡ଼ା କଲେଜ ପରିସରରେ ଉତ୍ସାହ ଦେଖାଦେଇଛି । କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ଆୟୋଜନ ପାଇଁ କଲେଜ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି ।

ବିଶେଷକରି ଭର୍ଚୁଆଲ୍ ସଂଯୋଗ, ପ୍ରାଯୁକ୍ତିକ ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଲେଜ ଅଧ୍ୟକ୍ଷ ଏନେଇ ସୂଚନା ଦେଇଛନ୍ତି । ଜାତୀୟ କ୍ରୀଡ଼ା ଦିବସରେ ନିମାପଡ଼ା କଲେଜ ମଧ୍ୟ ଦେଶର ୧,୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ସହ ଏହି ବିଶେଷ ଆଲୋଚନାର ଅଂଶ ହେବ । ଏହା ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ଓ ଭବିଷ୍ୟତରେ ଭାରତର କ୍ରୀଡ଼ା ସମ୍ଭାବନା ସମ୍ପର୍କରେ ସିଧାସଳଖ ଭାବେ ଜାଣିବାର ଅବସର ଦେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial