ପୁରୀ: ପୁରୀ ରେଳଷ୍ଟେସନ ପରିସରରେ ଅଜଣା ଯୁବକଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଷ୍ଟେସନ ନିକଟ ଦୁର୍ଗା ମଣ୍ଡପର ପଛପଟେ ଯୁବକଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଆଧାରରେ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ଏବେବି ସ୍ପଷ୍ଟ ହୋଇନାହିଁ।ଘଟଣା ସମ୍ପର୍କରେ ଖବର ପାଇ ଜିଆରପି ଏବଂ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଯୁବକଙ୍କ ପରିଚୟ ଖୋଜୁଛି। ପ୍ରାଥମିକ ଭାବେ ଘଟଣାକୁ ନେଇ ବିଭିନ୍ନ ଆଶଙ୍କା କରାଯାଉଥିବାବେଳେ, ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ତଦନ୍ତ ସହ ମୃତଦେହର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।
ପୁରୀ ରେଳଷ୍ଟେସନ ପରିସରରେ ଅଜଣା ଯୁବକଙ୍କ ମୃତଦେହ, ଚାଞ୍ଚଲ୍ୟ













Leave a Reply