ନିଶାରେ ଭୟଙ୍କର କାଣ୍ଡ! ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଜଗତସିଂହପୁର: ନିଶାର କରୁଣ ପରିଣତି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବେନୁପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ପୁଷ୍ପଲତା ସ୍ୱାଇଁ। ତାଙ୍କ ସ୍ୱାମୀ ଦିଗମ୍ବର ସ୍ୱାଇଁଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଛି।

ପ୍ରାଥମିକ ସୂଚନା ଅନୁସାରେ, ନିଶାସେବନ ପରେ ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିବା ଜଣାପଡ଼ିଛି। ଏହାପରେ ପରିସ୍ଥିତି ଗୁରୁତର ରୂପ ନେଇଥିଲା ଏବଂ ପୁଷ୍ପଲତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର ପ୍ରକୃତ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ଜଗତସିଂହପୁର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ମୃତଦେହ ସମ୍ପର୍କିତ ଆଇନଗତ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ଦିଗମ୍ବର ସ୍ୱାଇଁଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପୁଲିସ ପକ୍ଷରୁ ଘଟଣାର ସମସ୍ତ ଦିଗରୁ ତଦନ୍ତ କରାଯାଉଛି। ଘଟଣା ପଛରେ ପ୍ରକୃତ କାରଣ କ’ଣ, ଏବଂ ଘଟଣାରେ କେଉଁ ପରିସ୍ଥିତି ରହିଥିଲା, ସେନେଇ ତଦନ୍ତ ଚାଲିଛି।ପୁଷ୍ପଲତାଙ୍କ ଏକ ୬ ବର୍ଷର ପୁଅ ରହିଛି। ଏଭଳି ଦୁଃଖଦ ଘଟଣା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତଦନ୍ତ ଆଗକୁ ବଢ଼ିବା ସହ ହତ୍ୟାକାଣ୍ଡର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial