କାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ୧୨ ମାସରେ ୧୩ ପର୍ବ ପାଳନର ପରମ୍ପରାରେ ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଏକ ସ୍ୱତନ୍ତ୍ର ନୀତି। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ଶ୍ରୀଜିଉଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁଙ୍କ ବଳି ବାମନ ବେଶ ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ନୀତି ପାଇଁ ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀଜିଉଙ୍କ ୩୨ ପ୍ରକାର ବେଶ ମଧ୍ୟରୁ ଏହି ବିଶେଷ ଅବସରରେ ବଳି ବାମନ ବେଶ ଅନୁଷ୍ଠିତ ହେବ। ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ମଧ୍ୟାହ୍ନ ଧୂପ ଛେକ ଆସିବା ପରେ, ଆପାତତଃ ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରର ପାର୍ଶ୍ୱବର୍ତ୍ତୀ ମନ୍ଦିରଗୁଡ଼ିକରେ ସର୍ବସାଧାରଣ ଦର୍ଶନ ଖୋଲା ରହିବ। ତେଣୁ ମହାପ୍ରଭୁଙ୍କ ବାମନ ଜନ୍ମ ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାବେଳେ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତମାନେ ନିର୍ଦ୍ଧାରିତ ସମୟକୁ ଧ୍ୟାନରେ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial