ବାଲେଶ୍ୱର/ନୀଳଗିରି: ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ନୀଳଗିରି ସହରରେ ଚାଞ୍ଚଲ୍ୟ। ବିଚ୍ ରାସ୍ତାରେ ଖଣ୍ଡା ଧରି ପଇଁତରା ମାରିବା ସହ ଲୋକଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରାଇଥିଲେ ଜଣେ ଯୁବକ। ଗତକାଲି ରାତିରେ ନୀଳଗିରି ସହରରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଯୁବକ ଜଣକ ମଦ୍ୟପାନ କରି ହାତରେ ଖଣ୍ଡା ଧରି ରାସ୍ତା ଉପରେ ବୁଲିବା ସହ ପଇଁତରା ମାରିଥିଲେ। ଏପରିକି ଖଣ୍ଡା ଦେଖାଇ ଆଖପାଖର ଲୋକଙ୍କୁ ଭୟଭୀତ କରାଇଥିଲେ। ଯୁବକଙ୍କ ଏଭଳି ଆଚରଣରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡାଟିକୁ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଛି। ଅଟକ ଯୁବକ ଜଣକ ନୀଳଗିରି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ବିଚ୍ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ, ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ













Leave a Reply