ଆଜି ଢେଙ୍କାନାଳ ପ୍ରସିଦ୍ଧ ବରା ଦିବସ। ଏପ୍ରିଲ ୭ତାରିଖକୁ ବରା ଦିବସ ରୂପେ ପାଳନ କରାଯାଏ। ଢେଙ୍କାନାଳ ଜିଲ୍ଲା ବରା ପାଇଁ ପ୍ରସିଦ୍ଧ। ବରାର ଜନ୍ମ ସ୍ଥାନ କହିଲେ ଢେଙ୍କାନାଳ। ଏବେ ଏହି ଢେଙ୍କାନାଳ ବରା ସବୁ ଜିଲ୍ଲାକୁ ବ୍ୟାପି ଖୁବ୍ ପ୍ରସିଦ୍ଧି ଲାଭ କଲାଣି। ଟୁଇନସିଟିରେ ସବୁ ଜଳଖିଆ ଦୋକାନରେ ପ୍ରଥମ ଖାଦ୍ୟ ବରା। ଜଳଖିଆ କହିଲେ ପ୍ରଥମେ ଲୋକେ ବରାକୁ ହି ବୁଝନ୍ତି। ଏମିତିକି ପ୍ରତିଟି ଘରେ ଘରେ ଏବେ ଟିଫିନର ସ୍ଥାନ ନେଲାଣି। ବିଶେଷ କରି ବରା ସାଙ୍ଗକୁ ଆଳୁ କଷା ଘୁଗୁନି ଟେଷ୍ଟକୁ ଡବଲ କରେ। ଆହୁରି ବି ଗରମ ବରାକୁ କଞ୍ଚା ପିଆଜ ଓ ଲଙ୍କା ଯିଏ ଖାଇଛି ସେ ଜାଣିଛି ତାର ସ୍ୱାଦ।
ସବୁ ଦିନିଆ ଖାଦ୍ୟର ତାଲିକାରେ ବରାର ସ୍ଥାନ ରହିଛି। ତେବେ ବରାର ପରିଚୟ କିନ୍ତୁ ହେଉଛି ଢେଙ୍କାନାଳରୁ । ଦେଢଶହ ବର୍ଷରୁ ଅଧିକ ବର୍ଷ ହେବ ବରାର ପ୍ରସିଦ୍ଧି ରହିଛି ଜିଳ୍ଲାରେ। ଢେଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ଛୋଟରୁ ନେଇ ବଡ ବଡ ହୋଟେଲ ଗୁଡିକରେ ଭେରାଇଟି ବରା ସବୁ ପ୍ରସ୍ତୁତ ହୋଇଥାଏ। ସକାଳ ଜଳଖିଆରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ବରାକୁ ଲୋକେ ପସନ୍ଦ କରନ୍ତି । ତେବେ ସାଧାରଣ ବରା ଅପେକ୍ଷା ଜିରା ଓ ଅଦା ମିଶା ବରାର ସ୍ବାଦ କିଛି ଅଲଗା ରହିଛି। ଏବେ ବି ଏହି ବରାର ଅଧିକ ଡିମାଣ୍ଡ ରହିଛି। କେବଳ ଖାଦ୍ୟ ନୁହେଁ ବରା ବହୁ ଲୋକଙ୍କୁ ଭଲ ରୋଜଗାର ମଧ୍ୟ ଦେଇଛି।












Leave a Reply