ବଲିଉଡ୍ ସେଲିବ୍ରେଟି ହିନା ଖାନ୍ ବ୍ରେଷ୍ଟ୍ କ୍ୟାନ୍ସର ସହ ଲଢୁଥିବା ବେଳେ ପୁଣି କର୍କଟ ରୋଗରେ ପୀଡିତ ହୋଇଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ। ୨୦୧୮ରୁ ସ୍ତନ କର୍କଟରେ ଲଢେଇ କରି ଜିତିଥିବା ତାହିରାଙ୍କୁ ପୁଣି ଥରେ କ୍ୟାନସର ଆଟାକ୍ କରିଛି ଯାହା ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ତାହିରା କଶ୍ୟପ ୨୦୧୮ ମସିହାରେ ପ୍ରଥମ ଷ୍ଟେଜ କ୍ୟାନସରରେ ପୀଡିତ ହୋଇଥିଲେ ଏବଂ ସାହସର ସହିତ ସ୍ତନ କର୍କଟ ସହିତ ଏକ ଲମ୍ବା ଲଢ଼େଇ ଲଢ଼ିଥିଲେ। ତାଙ୍କର ଏହି ଘଡିସନ୍ଧି ସମୟରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ପ୍ରେମ ଏବଂ ସମର୍ଥନ ଦେଇଥିଲେ। ଏବେ ଦ୍ୱିତୀୟଥର ପାଇଁ ତାଙ୍କୁ କ୍ୟାନସର ଆଟାକ୍ କରିଛି।
ତାହିରା ଇନଷ୍ଟାଗ୍ରାମରେ ଏନେଇ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇଛନ୍ତି। ସେ କହିଛନ୍ତି, ‘ସାତ ବର୍ଷର ନିୟମିତ ଚେକଅପ୍ ପରେ ବି ମତେ ଦ୍ୱିତୀୟଥର ପାଇଁ କ୍ୟାନ୍ସର ହେଲା । ଏହି ରୋଗ ସହ ଲଢ଼େଇ କରୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ମୁଁ କହିବାକୁ ଚାହେଁ ଯେ ଲଗାତାର ଚେକଅପ୍ ଏବଂ ଚିକିତ୍ସା କରାନ୍ତୁ । ମୁଁ ଏବେ ବି ମଜଭୁତ ଅଛି ଏବଂ ଦ୍ୱିତୀୟଥର ପାଇଁ କ୍ୟାନ୍ସର ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି । ଏହାକୁ ଅବହେଳା ନକରି ମେମୋଗ୍ରାମ୍ ଟେଷ୍ଟ୍ ନିହାତି କରାନ୍ତୁ । ଦ୍ୱିତୀୟ ରାଉଣ୍ଡରେ ମୁଁ ପୁଣିଥରେ ଜିତିବି ବୋଲି ମୋ ଆଶା।












Leave a Reply