ଦେବଗଡ଼ ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିନରେ ରକ୍ତଦାନ ଦିବସ ପାଳିତ ।

ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରିବାର କଲ୍ୟାଣ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅଷ୍ଟମ ଦିନରେ ରକ୍ତଦାନ ଦିବସ ସକାଳ ଘ.୮:୩୦ ମି ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡ଼ ବ୍ୟାଙ୍କ ଠାରେ ପାଳିତ ହୋଇଛି। ରକ୍ତଦାନ ଦିବସ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଭାରପ୍ରାପ୍ତ ଅଧ୍ୟକ୍ଷ ପୌରପରିଷଦ ପ୍ରଜିତ ଭୋଜ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱ ମୋହନ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ଯୋଗାଣ ଅଧିକାରୀ, ସହକାରୀ ଜିଲ୍ଲାପାଳ ହେମନ୍ତ ସିଂ, ତାପସ କୁମାର ମହନ୍ତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ଏନଏମ ଛାତ୍ରଛାତ୍ରୀ, ଡିଆଇଟି ର ଛାତ୍ର ଛାତ୍ରୀ, ରେଡ଼କ୍ରସ ସଦସ୍ୟ, ରକ୍ତଦାତା ଏବଂ ଅନ୍ୟାନ୍ୟ ବ୍ୟକ୍ତି ସମୂହ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା। ସର୍ବପ୍ରଥମେ ପୌରପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଭୋଜ ରକ୍ତଦାନ କରିଥିଲେ। ଏପରି ୨୫ ଜଣଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)