ଭୁବନେଶ୍ୱରରୁ ଚୋରି ହୋଇଥିବା ଶିଶୁପୁତ୍ର ନିଜ ଦୃଷ୍ଟିବାଧିତ ମା’ କୋଳକୁ ଫେରି ଆସିବା ଖବର ପାଇ ଆଶ୍ୱସ୍ତି ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମା’ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି। ଘଟଣା ଘଟିବାର ୩ ଦିନ ମଧ୍ୟରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଜଣେ ଗରିବ, ଅସହାୟ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ପୋଲିସ ପ୍ରଶାସନର ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ ବୋଲି ସୋସିଆଲ ମିଡିଆ Xରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
ତୃଣମୂଳସ୍ତରରେ ସବୁ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଆହୁରି ନିକଟତର ହୋଇ କାମ କରିବା ଦିଗରେ ଆମ ସରକାର ସର୍ବଦା ସମ୍ବେଦନଶୀଳ। ପ୍ରତ୍ୟେକଟି ଓଡ଼ିଶାବାସୀ ବିଶେଷ କରି ଗରିବ, ଅସହାୟ ଲୋକମାନେ ଯାହାଙ୍କ ପାଇଁ କେହି ନାହାନ୍ତି, ସରକାରୀ ବ୍ୟବସ୍ଥା ସବୁବେଳେ ତାଙ୍କ ପାଖରେ ଅଛି। ତାଙ୍କ ସମସ୍ୟାର ସମାଧାନ ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେପଟେ ଶିଶୁପୁତ୍ରକୁ ପାଇ ଭାବ ବିହ୍ୱଳ ହୋଇପଡିଛନ୍ତି ମା’ ଜୟନ୍ତୀ ମଲ୍ଲିକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହ ପୋଲିସକୁ ବି ଧନ୍ୟବାଦ ଜଣାଇଛନ୍ତି ଜୟନ୍ତୀ।












Leave a Reply