ରାଜ୍ୟରେ ପୂରଣ ହେବ ୧୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ; ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଛି କୁଳପତି ସମ୍ମିଳନୀ। ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୨୪ ନେଇ ହେଉଛି ଆଲୋଚନା। ନିଯୁକ୍ତି ପ୍ରକ୍ରିୟାର ନିୟମ, ପାଠ୍ୟକ୍ରମରେ ସମାନତା, ବିଭିନ୍ନ ପିଜି ବିଭାଗକୁ ମିଶାଇବା ପ୍ରସଙ୍ଗରେ ହୋଇଛି ଆଲୋଚନା। ତା’ସହ ରାଜ୍ୟରେ ବର୍ତ୍ତମାନ ୧୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ ଖାଲି ରହିଛି। ଖୁବଶୀଘ୍ର ଏହି ପଦବୀ ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉତ୍କଳ ବିଶ୍ୱବିଦ୍ୟାଳୟ ଏମେଣ୍ଡମେଣ୍ଟ ଧାରା ୨୦୨୪ ପାଇଁ ହୋଇଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ। ଏବେ ଯେଉଁ ସଂଶୋଧନ ହୋଇଛି ଏଥିରେ ଯେଉଁ କୁଳପତିଙ୍କର ଯେଉଁ ଶଙ୍କା ଉପୁଜୁଛି ଆଜି ବୈଠକରେ ତାହାକୁ ଦୂର କରାଯାଇଛି।

ପୂର୍ବରୁ ଅଧ୍ୟାପକ ଅଧ୍ୟାପିକାଙ୍କ ଅବସର ପରେ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଥିବାବେଳେ ଏଣିକି ବର୍ଷର ଆରମ୍ଭରୁ କିମ୍ୱା ଅବସର ହେବାର ୪ରୁ ୫ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରାଯାଇଛି। ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ସ୍ୱତନ୍ତ୍ର କମିଟି ଗଠନ କରୁଛି। ୪ ଜଣ କୁଳପତିଙ୍କୁ ନେଇ ଗଠନ ହେବ ଏହି କମିଟି। ଏହି କମିଟିର ପରାମର୍ଶ ଅନୁଯାୟୀ ମେ ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ବିଭାଗ ଯୋଜନା ରଖିଛି। ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ ପ୍ରସଙ୍ଗରେ ମଧ୍ୟ ଆଲୋଚନ ହୋଇଛି। ଉଚ୍ଚଶିକ୍ଷା ବିଭାଗର କିଛି କମ୍ପାନୀ ସହ ମଧ୍ୟ ଆଜି MOU ହୋଇଛି। ଏହାଦ୍ୱାର ଶିକ୍ଷିତ ଯୁବକ ଏବଂ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)