ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ; ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ଚଢାଉ

ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିବା ନେଇ ସୂଚନା। ଏକ କାଳୀନ ୯ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ ଭବାନୀପାଟଣାର ୯ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ସୂଚନୁଯାୟୀ, ଚଢାଉ ବେଳେ ତାଙ୍କ ଜ୍ୱାଇଁ ତପନ କୁମାର ତ୍ରିପାଠୀଙ୍କ ଘରୁ ୨୨ ଲକ୍ଷ ଟଙ୍କା ଓ ସୁନା ଜବତ କରିଛି ଭିଜିଲାନ୍ସ। ଏଥିସହ ବିପୁଳ ପରିମାଣର ସୁନା ଗହଣା ମଧ୍ୟ ସିଜ୍ କରିଛି ଭିଜିଲାନ୍ସ।

ଆଠମଲ୍ଲିକ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ରାମଚନ୍ଦ୍ର ଶତପଥୀ। ଆଜି ତାଙ୍କ କାର୍ଯ୍ୟାଳୟ ସହ ବାସଭବନରେ ଏକକାଳୀନ ଚଢାଉ କରାଯାଇଛି। ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ, ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘରେ ଏବଂ କଟକରେ ରେଡ୍ କରିଛି ଭିଜିଲାନ୍ସ ଟିମ୍‌।

ଏଥିସହ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ରେଡ୍ ଚଳାଇଛି ଭିଜଲାନ୍ସ ଟିମ୍। ଅଧିକ ତଦନ୍ତ ପାଇଁ ରାମ ଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଭିଜିଲାନ୍ସ ଟିମ୍‌। ସମୁଦାୟ ୯ଟି ଟିମ୍‌ ଏକା ସହିତ ଚଢ଼ାଉ କରୁଛନ୍ତି, ରାମଚନ୍ଦ୍ରଙ୍କ ନାଁରେ ପ୍ରାୟ ୧୯ରୁ ଅଧିକ ଜାଗା ଥିବା ସହ ଅନେକ ଟଙ୍କା ସୁନାଗହଣା ଜବତ କରିଥିବାର ସୂଚନା ମିଳିଛି। ଭିଜିଲାନ୍ସ ଟିମ୍ ରାମ ଚନ୍ଦ୍ର ଶତପଥୀ ଏବଂ ତାଙ୍କ ଜ୍ୱାଇଁଙ୍କୁ ଜେରା କରୁଥିବା ବେଳେ ରେଡ ମଧ୍ୟ ଜାରି ରହିଛି। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)