ଆଜି ପୁଣି ସୁନାଦରରେ ବୃଦ୍ଧି; ୯୭ହଜାର ୩୧୦ ଟଙ୍କାରେ ପହଞ୍ଚିଛି ସୁନା ।

ଏକ୍ସପ୍ରେସ ସ୍ପିଡରେ ବଢ଼ି ଚାଲିଛି ସୁନା ଦର। ଏଥିପାଇଁ ସୁନା କିଣିବାକୁ ଡରିଲେଣି ଲୋକେ। ବର୍ତ୍ତମାନ ସୁନାଦରରେ ହ୍ରାସ ବୃଦ୍ଧି ଚାଲିଥିବା ବେଳେ ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ୯୭ ହଜାର ଟଙ୍କା ଟପି ଆଉ ଏକ ନୂଆ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର।

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ସୁନା ଦର ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୧୦୫୦ ଟଙ୍କା ବଢ଼ି ୮୯ ହଜାର ୨୦୦ ଟଙ୍କା ହୋଇଛି। ସେହିପରି କଟକରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୮୯ ହଜାର ୨୦୦ ଟଙ୍କା ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)