ନୂଆ ରାସନ କାର୍ଡ ବଣ୍ଟନ ପାଇଁ ସରକାରଙ୍କ ବଡ ଘୋଷଣା। ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ। ଏଣିକି ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ। ବିଡିଓ ମ୍ୟୁନିସିପାଲ କମିସନର ଇସ୍ୟୁ କରିବେ କାର୍ଡ। ସେହିପରି ୨୦ ଏପ୍ରିଲ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରିବା ନେଇ ସୂଚନା ରହିଛି।ବ୍ଲକ ଓ ୟୁଏଲ ଅଧିକାରୀ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିବେ। ଯାଞ୍ଚ କରାଯିବା ପରେ ନୂଆ ସଦସ୍ୟଙ୍କୁ ସାମିଲ କରାଯିବ। ଏନେଇ ଖାଦ୍ୟ ବିଭାଗ ଓ ଖାଉଟି କଲ୍ୟାଣବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି। ତେବେ e-KYC କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କୁ ବାଦ ଦିଆଯିବା ପ୍ରକ୍ରିୟା ଜାରି ରହିଛି।
ନୂଆ ରାସନ କାର୍ଡ ବଣ୍ଟନ ପାଇଁ ସରକାରଙ୍କ ଘୋଷଣା; ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ












Leave a Reply