ଅନୁଗୋଳ ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୋଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ କାର୍ଯ୍ୟକ୍ରର୍ମ ଆୟୋଜନ କରାଯିବ। ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଚଳିତ ମାସ ୨୨ତାରିଖରେ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଊପଜିଲ୍ଲାପାଳ ମଶାଲ ଶୋଭାଯାତ୍ରାରେ ସମ୍ପୃକ୍ତ ଥିବା ବିଭିନ୍ନ ବିଭାଗ ଗୁଡିକର ଦାୟିତ୍ଵ ଓ ପ୍ରସ୍ତୁତି ସମ୍ପର୍କରେରେ ସମୀକ୍ଷା କରିବା ସହ ମଶାଲ ଶୋଭାଯାତ୍ରାକୁ ସଫଳ ରୁପାୟନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସୂଚନାନୁସାରେ, ଏହି ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ୪ ଗୋଟି ସ୍ଥାନ ଯଥା- ପାଳଲହଡାର ଖୁଲୁଡି ଶୈବ ପୀଠ, ଆଠମଲ୍ଲିକର ଦେଉଳଝରୀ, ଟିକରପଡାର ଶିବ ମନ୍ଦିର ଓ ପୁରୁଣାଗଡର ଜଗନ୍ନାଥ ମନ୍ଦିର, ଛେଣ୍ଡିପଦାର ବାୟାଣୀ ପୀଠରୁ ମଶାଲ ଆସି ବିଭିନ୍ନ ବ୍ଳକ୍ ପରିକ୍ରମା କରି ସେହିଦିନ ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିର ଠାରେ ସ୍ଥାପିତ ହେବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ୱ ଭୂଷଣ, ଅନୁଗୋଳ ତହସିଲଦାର ଶ୍ରୀ ଆଲୋକ କୁମାର ଦେହୁରା, ଛେଣ୍ଡିପଦା ଗୋଷ୍ଠୀ ଊନ୍ନୟନ ଅଧିକାରୀ ଶ୍ରୀ ଅରବିନ୍ଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀସତ୍ୟ ପ୍ରକାଶ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା, ଡେପୁଟି କଲେକ୍ଟର ଶ୍ରୀମତୀ ସ୍ବାହା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଦୁଃଶାସନ ନାଏକଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।












Leave a Reply