ସରକାରୀ ସ୍ତରରେ ବଦଳି ପ୍ରକ୍ରିୟାର ସ୍ୱଚ୍ଛତା ଏବଂ ନ୍ୟାୟ ବଜାୟ ରଖିବାକୁ ନିର୍ଦ୍ଦେଶ। ସବୁ ସରକାରୀ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି। ନିୟମ ଅନୁଯାୟୀ ପ୍ରତିବର୍ଷ ୧୫ ଏପ୍ରିଲରୁ ୧୫ ଜୁନ ମଧ୍ୟରେ ଅଦଳବଦଳ କରିବାକୁ କୁହାଯାଇଛି। ସରକାରୀ କର୍ମଚାରୀଙ୍କ ନିୟମିତ ବ୍ୟବଧାନରେ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭଳି କିଛି ବିଭାଗରେ ବଦଳି ନୀତି ବଜାୟ ରହିବ। ବାକି ବିଭାଗ ବଦଳି ନୀତି ପ୍ରସ୍ତୁତ କରିବା ସହ ନିୟମିତ ବ୍ୟବଧାନରେ ବଦଳି କରିବାକୁ ନିର୍ଦ୍ଦେଶ ରହିଛି। ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ କୌଣସି କର୍ମଚାରୀଙ୍କୁ ନରଖି ବଦଳି କରିବାକୁ କୁହାଯାଇଛି। ସେହିପରି ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ନରଖି ବଦଳି କରିବାକୁ ନିର୍ଦ୍ଦେଶ ରହିଛି ।












Leave a Reply