ବିଦ୍ୟାଳୟ ମଧ୍ୟାହ୍ନ ଭୋଜନର ସାପ୍ତାହିକ କାର୍ଯ୍ୟସୂଚୀ ପ୍ରକାଶ:

ପ୍ରକାଶ ପାଇଛି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନର ସାପ୍ତାହିକ କାର୍ଯ୍ୟସୂଚୀ । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଦିଆଯିବ ପୃଷ୍ଟିକର ଖାଦ୍ୟ । ଅର୍ଥାତ ମଧ୍ୟାହ୍ନ ଭୋଜନ ସୋମବାର ଠାରୁ ଆରମ୍ଭ କରି ଶନିବାର ପର୍ଯ୍ୟନ୍ତ ଦିଆଯିବାର ବ୍ୟବସ୍ଥା କରାଯାଇଛି । କେଉଁ ଦିନ କଣ ହେବ ରୋଷେଇ ହେବ ଏବଂ ବାର ଅନୁଯାୟୀ ପିଲାମାନେ କଣ ଖାଇବେ ତାର କାର୍ଯ୍ୟସୂଚୀ କରାଯାଇଛି।

ସୋମବାର ଭାତ ଏବଂ ଅଣ୍ଡା ତରକାରୀ ଦିଆଯିବ, ମଙ୍ଗଳବାର ଭାତ, ସୋୟାବିନ ବଡି ଏବଂ ପୁଷ୍ଟିକର ଚାଉଳ ଲଡୁ, ବୁଧବାର ଭାତ, ଅଣ୍ଡା ତରକାରୀ, ଗୁରୁବାର ଭାତ, ଡାଲମା ଏବଂ ପୁଷ୍ଟିକର ଚାଉଳ ଲଡୁ, ଶୁକ୍ରବାର ଭାତ, ଅଣ୍ଡା ତରକାରୀ, ଶନିବାର ଭାତ, ସୋୟାବିନ ବଡି ଏବଂ ପୁଷ୍ଟିକର ଚାଉଳ ଲଡୁ।

ସବୁ ବୟସର ପିଲାମାନେ କେତେ ପରିମାଣର ଖାଦ୍ୟ ଖାଇବେ ତାର ମଧ୍ୟ ତାଲିକା ପ୍ରସ୍ତୁତ କରାଯାଇଛି। ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଚାଉଳ ୧୦୦ ଗ୍ରାମ। ସେହିପରି ୬ଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ଚାଉଳ ୧୫୦ ଗ୍ରାମ ଓ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୁଣ୍ଡ ପିଛା ୨୦୦ ଗ୍ରାମ ଚାଉଳ ଦିଆଯିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)