ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ; ସେମାନଙ୍କୁ ଖୋଜି ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ।

ଜଣେ କି ଦୁଇ ଜଣ ନୁହେଁ । ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ତୁରନ୍ତ ସେମାନଙ୍କୁ ଖୋଜି ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ତୁରନ୍ତ ସେମାନଙ୍କୁ ଖୋଜି ବାହାର କରିବା ସହିତ ପାକିସ୍ତାନ ତଡିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଉଛି । ୧୨ ଜଣ ପାକିସ୍ତାନୀ ଓଡ଼ିଶାର କେଉଁଠି କେଉଁଠି ରହୁଛନ୍ତି ତାହାର ତଥ୍ୟ ଜଣାପଡିଛି । ସେମାନଙ୍କୁ ତୁରନ୍ତ ଓଡ଼ିଶା ତଥା ଦେଶ ଛାଡି ପାକିସ୍ତାନ ଯିବାକୁ ହେବ । କାରଣ ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଦେଇଛନ୍ତି ।

ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହୁଛନ୍ତି । ଏମାନେ ସମସ୍ତେ ଲଙ୍ଗ ଟର୍ମ ଭିସା ବା ଲମ୍ବା ସମୟ ଧରି ଭିସା ନେଇ ଓଡ଼ିଶାରେ ରହିଛନ୍ତି । ତେଣୁ ସେମାନଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦେଶ କ୍ରମେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ତୁରନ୍ତ ଓଡ଼ିଶାରୁ ବାହାର କରିବାକୁ ପ୍ରକ୍ରିୟା ଆରମ୍ କରାଯାଇଥିବା ସୂଚନା ମିଳିଛି । ସୂଚନା ଯେ, ଜାମ୍ମୁ କାଶ୍ମୀରର ପହଲଗାମ୍‌ରେ ନୀରିହ ନାଗରିକଙ୍କୁ ଅତି ନିର୍ମମ ଭାବେ ଆତଙ୍କବାଦୀମାନ ଗୁଳି କରି ହତ୍ୟା କରିବା ପରେ ଆକ୍ସନ ମୋଡ୍‌କୁ ଆସିଯାଇଛି ଭାରତ । ପାକିସ୍ତାନ ଉପରେ କୂଟନୈତିକ ଷ୍ଟ୍ରାଇକ୍‌ ଲଗାଇବା ସହ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଦିଆଯାଇଥିଲା । ୪୮ ଘଣ୍ଟା ଭିତରେ ହିଁ ସେମାନଙ୍କୁ ଭାରତ ଛାଡିବାକୁ କୁହାଯାଇଥିଲା । ଦେଶର କେଉଁକେଉଁ ରାଜ୍ୟରେ କେତେ ପାକିସ୍ତାନୀ ରହୁଛନ୍ତି ସେମାନଙ୍କ ଲିଷ୍ଟ ବାହାର କରାଯାଇ ସେମାନଙ୍କୁ ବିଦା କରାଯାଉଛି । ଏହି କ୍ରମରେ ଓଡ଼ିଶାରେ ଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଚିହ୍ନଟ କରି ବାହାର କରିବା ପାଇଁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)