ଆଜିଠୁ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ ।

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ବଉଳା କୁମ୍ଭୀରଙ୍କ ପ୍ରଜନନକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏହି ନିଷ୍ପତ୍ତି ନେଇଛି। ପ୍ରଜନନ ସମୟରେ ଅଧିକ ହିଂସ୍ର ହୋଇପଡ଼ନ୍ତି କୁମ୍ଭୀର। ଆକ୍ରମଣ କରିବାର ସମ୍ଭାବନା ଥାଏ। ତେଣୁ ସୁରକ୍ଷା ଦୃଷ୍ଟିରୁ ଏହି ୩ ମାସ ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ ଯିବାକୁ ବନବିଭାଗ ବାରଣ କରିଥାଏ।

କୁମ୍ଭୀରଙ୍କ ମିଳନ ପ୍ରକ୍ରିୟା ପରେ ମାଆ କୁମ୍ଭୀର ନଦୀ ଜୁଆର ମାଡୁ ନଥିବା ଉଚ୍ଚ ସ୍ଥାନ ଦେଖି ଅଣ୍ଡାଦାନ କରିଥାଏ। ଅଣ୍ଡାରୁ ଛୁଆ ଫୁଟିବା ପରେ ମାଆ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିଥାଏ। ଏହି ସମୟରେ କୁମ୍ଭୀର ଆକ୍ରମଣ କରିବାର ସମ୍ଭାବନା ଥିବାରୁ ନଦୀକୂଳିଆ ଗ୍ରାମବାସୀମାନଙ୍କୁ ମଧ୍ୟ ନଦୀକୁ ଯିବାକୁ ବାରଣ କରାଯାଏ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)