ସମୁଦ୍ରରେ ପାକିସ୍ତାନୀ ଜାହାଜ ଉପରେ ଲାଗିଲା କଟକଣା; ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା

କାଶପଥ ଓ ସ୍ଥଳପଥ ପରେ ଜଳପଥରେ ଭାରତ ଲଗାଇଲା କଟକଣା । ସମୁଦ୍ରରେ ପାକିସ୍ତାନୀ ଜାହାଜ ଉପରେ ଲାଗିଲା କଟକଣା ।  ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସି ପାରିବନି । ପାକିସ୍ତାନୀ ପତାକା ଲାଗିଥିବା କୌଣସି ଜାହାଜ ଭାରତର କୌଣସି ବନ୍ଦରକୁ ଆସିପାରିବନି । ସେହିପରି ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦରକୁ ଯିବାକୁ ବାରଣ କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ଏ ସଂପର୍କରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଦେଶର ସ୍ୱାର୍ଥକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନେଇଛି ଭାରତ । 

ପହଲଗାମ୍ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ତିକ୍ତତା ମଧ୍ୟରେ ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ ନେଇଛି। ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନଠୁ ଭାରତ ସମସ୍ତ ପ୍ରକାର ଆମଦାନୀକୁ ନିଷେଧ କରିଛି। ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଭାରତକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଆମଦାନୀ ଏବଂ ଭାରତ ଦେଇ ପାକିସ୍ତାନରୁ ଅନ୍ୟ ଦେଶକୁ ଯାଉଥିବା ସମସ୍ତ ପ୍ରକାର ରପ୍ତାନୀ ଉପରେ ଏହି କଟକଣା ଜାରି କରାଯାଇଛି। ତେବେ ଅତ୍ୟାବଶ୍ୟକ ଭିତ୍ତିରେ ଯଦି ସେଭଳି କୌଣସି ଜିନିଷର ଆମଦାନୀ ଆବଶ୍ୟକତା ଥାଏ, ତେବେ ସେ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଗୁଆ ଅନୁମତି ନେବାକୁ ପଡ଼ିବ ବୋଲି ବାଣିଜ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial