ପୁଣି ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡ଼ା ଆଭିମୁଖ୍ୟ ।

ପୁଣି ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡ଼ା ଆଭିମୁଖ୍ୟ । ମାନବ ଜାତି ଉପରେ ଆତଙ୍କବାଦ ସବୁଠୁ ବଡ଼ ବିପଦ କହିଲେ ପ୍ରଧାନମନ୍ତ୍ରୀ । ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ବେଳେ ପୁଣି ଏହି କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପହଲଗାମ୍ ଘଟଣାରେ ଭାରତକୁ ସମର୍ଥନ ନେଇ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ ହେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ଉଭୟ ନେତାଙ୍କର ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା । ଏଥିସହ ଭାରତ ଓ ଆଙ୍ଗୋଲା ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଏମଓୟୁ ସ୍ୱାକ୍ଷର କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କୁ ପୁଣି ଥରେ ଚେତାବନୀ ଦେବା ସହ ସୀମାରେ ଅରାଜକତା ସୃଷ୍ଟିକାରୀ ଶକ୍ତିଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial