ଆଜିର ସର୍ବଦଳୀୟ ବୈଠକ ପୂର୍ବରୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି NSA ଅଜିତ ଡୋଭାଲ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ଦୀର୍ଘ ୫୦ ମିନିଟ୍ ଧରି ଆଲୋଚନା ହୋଇଛି । ସେ ସେନା ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୫୦ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଅପରପକ୍ଷେ ଅପରେସନ ‘ସିନ୍ଦୂର’ ସମ୍ପର୍କରେ ଆଲୋଚନା ପାଇଁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତାରେ ଜାରି ରହିଛି ।ଏଥିରେ ଅମିତ ଶାହ, କିରନ ରିଜିଜୁ, ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିଛନ୍ତି । ଆହୁରି ମଧ୍ୟ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ଅଧ୍ୟକ୍ଷ ଖଡ୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥିରେ ଆଗାମୀ ରଣନୀତି ନେଇ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି।













Leave a Reply