ଅପରେସନ୍ ସିନ୍ଦୂର: ପାକିସ୍ତାନ ସେନାଙ୍କ ଗୁଳିରେ ସହିଦ ହେଲେ ଜଣେ ଭାରତୀୟ ବୀର ଯବାନ ।

ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା LoCରେ ପାକିସ୍ତାନ ସେନା ଦ୍ୱାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ ହୋଇଛନ୍ତି। ବୀର ଯବାନ ଜଣଙ୍କ ହେଉଛନ୍ତି 5 ଫରଓ୍ୱାଡ୍ ରେଜିମେଣ୍ଟର ଲାନସ ନାୟକ ଦିନେଶ କୁମାର। ଏନେଇ ହ୍ବାଇଟ ନାଇଟ୍ କୋର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯବାନ ଜଣଙ୍କ ହରିୟାଣା ପଲୱଲ ଜିଲ୍ଲା ମୋହମ୍ମଦପୁର ଗାଁର ବାସିନ୍ଦା। ଦିନେଶଙ୍କ ସହିଦ ହେବାର ଖବର ମିଳିବା ମାତ୍ରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି। ସହିଦ ଦିନେଶଙ୍କ ପାର୍ଥିବ ଶରୀର ତାଙ୍କ ଗାଁରେ ପହଞ୍ଚିବାପରେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଆଖାପାଖ ଲୋକଙ୍କ ସହ ନେତା,ମନ୍ତ୍ରୀ ପହଞ୍ଚିଛନ୍ତି ।

ପାକିସ୍ତାନ ମାଟିରେ ପହଲଗାମ୍ ଆକ୍ରମଣରେ ବଦଲା ନେବା ପରେ ରକ୍ତମୁଖା ହୋଇଯାଇଛି ପାକିସ୍ତାନୀ ସେନା । ପାକିସ୍ତାନର ଆତଙ୍କୀ ଠିକଣା ଉପରେ ଭାରତୀୟ ବାୟୁସେନାର ଘମାଘୋଟ ଆକ୍ରମଣରେ ଛାରଖାର ହେଲା ଆତଙ୍କୀଙ୍କ ଆଡ୍ଡା । ତାର ପ୍ରତିଶୋଧ ନେବା ପାଇଁ ସୀମାରେ ଘନ ଘନ ଆକ୍ରମଣ କରୁଛି ପାକିସ୍ତାନ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial