ଏତେ ପରେ ବି ସୁଧୁରୁନି ପାକିସ୍ତାନ। ନିଜର ଦୋଷ ସ୍ୱୀକାର ନକରି ଭାରତ ଉପରେ ଆକ୍ରମଣ କରିବାକୁ ଆଗେଇ ଆସୁଛି ପାକିସ୍ତାନ। ଲୁଚିଛପି ଭାରତ ଉପରେ ଆକ୍ରମଣ କରିବାରେ ଲାଗିପଡିଛି ପାକିସ୍ତାନ। କାଲି ରାତି ୮ଟାରେ ଜମ୍ମୁ ବିମାନବନ୍ଦର ଉପରେ ଆକ୍ରମଣ କରିଛି ପାକିସ୍ତାନ। ରକେଟ୍ ଦ୍ୱାରା ଆକ୍ରମଣ କରିଛି ପାକିସ୍ତାନ। ଏହି ଆକ୍ରମଣ ପରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକଆଉଟ୍ କରିଦିଆଯାଇଛି। ଏହାସହ ସାଇରନ ବଜାଇ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସତର୍କ କରିଛି ଭାରତୀୟ ସେନା।
ଏହାପରେ ଭାରତୀୟ ସେନା ବି କଡ଼ା ମୁକାବିଲା କରିଛି। S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରିଛି। ସେହିପରି ଆକାଶରେ ୮ଟି ମିସାଇଲକୁ ମାରି ଖସାଇ ଦେଇଛି ଭାରତ। ଜମ୍ମୁ ସହ ଅଖନୁରରେ ବି ବାଜୁଛି ସାଇରନ୍। ଭାରତର ଅପରେସନ୍ ସିନ୍ଦୁର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ।












Leave a Reply