ବିନା ଲାଇସେନ୍ସରେ ଉଡିପାରିବନି ଡ୍ରୋନ୍‌; ରାଜ୍ୟ ସରକାରଙ୍କ ବଡ ଘୋଷଣା ।

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି(ଶନିବାର) ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ବୈଠକ ବସିଥିଲା । ଏହି ବଡ଼ ଧରଣର ବୈଠକରେ ଅନେକଗୁଡ଼ିଏ ପଦକ୍ଷପ ନିଆଯାଇଛି । ବିଶେଷ କରି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯାଇଛି । ବେଆଇନ ଡ୍ରୋନ୍‌ ଉଡ଼ାଣ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ପୁଲିସ ଡିଜି ୱାଇ.ବି ଖୁରାନିଆ ଓ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ଏହି ବୈଠକରେ ଉପସ୍ଥିତ ରହିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଭିତରେ ଏବେ ଇଣ୍ଟରନାଲ୍‌ ଡ୍ୟାମ୍‌, ଷ୍ଟ୍ରାଟେଜିକ୍‌ ଲୋକେସନ୍‌ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଦ୍ୱିଗୁଣିତ କରିଦିଆଯାଇଛି ।

ଏହି କ୍ରମରେ ପ୍ରତିରକ୍ଷା ବାହୀନି, ସେଣ୍ଟ୍ରାଲ ଏଜେନ୍ସି ସହିତ ବି ଆଲୋଚନା କରାଯାଇଛି । ଏବେ ପୂରା ଓଡ଼ିଶାକୁ ହାଇଆର୍ଲଟରେ ରଖାଯାଇଛି I ବୈଠକରେ ସମସ୍ତ ଏସ୍‌ପି ମାନଙ୍କୁ କିଛି ଗୁପ୍ତ ତଥ୍ୟ ବି ଦିଆଯାଇଛି I ପରିସ୍ଥିତି ଅନୁସାରେ ଆକ୍ସନ ନିଆଯିବ । ଉପକୂଳ ଅଞ୍ଚଳ ଉପରେ ନଜରରେ ରଖାଯାଇଛି I ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ବେଆଇନ ଭାବରେ କିମ୍ବା ବିନା ଲାଇସେନ୍ସରେ କେହି ଡ୍ରୋନ୍‌ ଉଡ଼ାଇ ପାରିବେ ନାହିଁ । ରେଡ୍‌ ଜୋନ୍‌ରେ ଡ୍ରୋନ୍‌ ଦେଖାଗଲେ ଡାଉନ୍‌ କରିଦେବ ପୁଲିସ । ଅର୍ଥାତ ଟିକେ ବି ସନ୍ଦେହ ହେଲେ, ଡ୍ରୋନ୍‌ ତଳକୁ ଖସାଇବା ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)