ବାଲେଶ୍ୱରର ବିଭିନ୍ନ ମନ୍ଦିରରୁ ସିରିଜ୍‌ ଲୁଟ୍‌; ଦୁଇ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ।

ପୁଣି ବାଲେଶ୍ୱର ଭୋଗରାଇର ବିଭିନ୍ନ ମନ୍ଦିରରୁ ସିରିଜ୍‌ ଲୁଟ୍‌। ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାବପତ୍ର ଲୁଟିନେଲେ ଲୁଟେରା। ଜଲସୋହରିଆ ପଞ୍ଚାୟତର ଝକଝକି ଶୀତଳା ଓ କାଳୀ ମନ୍ଦିର ସହ ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଆସବାବପତ୍ର ଲୁଟ୍‌ ହୋଇଛି।

ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥକୁ ଲାଗିଥିବା ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିର ଓ ଝକଝକି ଗ୍ରାମର ଶୀତଳା ଓ କାଳୀ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୁପା ଲୁଟ୍‌ ହୋଇଛି । ଆଜି ସକାଳେ ଗ୍ରାମବାସୀ ଓ ପୂଜକଙ୍କ ନଜରକୁ ଏ ଘଟଣା ଆସିବା ପରେ ପୁଲିସକୁ ଖବର ଦେଇଛନ୍ତି। ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆନୁମାନିକ ୩ ମନ୍ଦିରରୁ ଦୁଇ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)