ଅଣ ନାଗରିକଙ୍କର ଆଉ ଓଡ଼ିଶାରେ ଜାଗା ନାହିଁ; ଖୋଜି ଖୋଜି ବାହାର କରିବାକୁ ସୂଚନା ଦେଲେ ଆଇନ ମନ୍ତ୍ରୀ ।

ଏଣିକି ଅଣ ନାଗରିକଙ୍କର ଆଉ ଓଡ଼ିଶାରେ ଜାଗା ନାହିଁ। ଖୋଜି ଖୋଜି ଅଣ ନାଗରିକମାନଙ୍କୁ ଓଡ଼ିଶାରୁ ବାହାର କରାଯିବ। କାହାରିକୁ ଜଣଙ୍କୁ ବି ଛଡ଼ାଯିବ ନାହିଁ। କୌଣସି ଅଣ ନାଗରିକ ଓଡ଼ିଶାରେ ରହିବେ ନାହିଁ। ଏକଥା ଆମେ କହୁନାହୁଁ। ଖୋଦ ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି। ବିଭିନ୍ନ ଏଜେନ୍ସିରେ କାମ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ। ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ। କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ। ସମସ୍ତଙ୍କୁ ଖୋଜି ବାହାର କରାଯିବ। ଏବଂ ଓଡ଼ିଶାରୁ ତଡ଼ାଯିବ।

ଏନେଇ ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ଜୋରଦାର ଧରପଗଡ଼ ଚାଲିଛି। STFକୁ ନୋଡାଲ ଏଜେନ୍ସି ଦାୟିତ୍ୱ ନେଇ DIG ପିନାକ ମିଶ୍ରଙ୍କ ସୂଚନା। ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ, ସବୁ ଏଜେନ୍ସିକୁ ନିର୍ଦ୍ଦେଶ। ବିଶେଷ କରି ତଟବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗତସିଂହପୁର, ପୁରୀ, ଗଞ୍ଜାମରେ ବି ଚିହ୍ନଟ ନେଇ ଧରପଗଡ଼ ଚାଲିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)