ଢେଙ୍କାନାଳ ଜିଲ୍ଲାବାସୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେବା ସହ ଜିଲ୍ଲାର ସାମଗ୍ରିକ ବିକାଶ ଏବଂ ଗମନାଗମନର ସୁଦୃଢ ଭିତ୍ତିଭୂମିକୁ ସୁନିଶ୍ଚିତ କରିବା ପାଇଁ ମୋହନ ସରକାର ଗୁରତ୍ଵ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀଙ୍କ ବଦାନ୍ୟତାର ନିଦର୍ଶନ ସ୍ୱରୂପ ଗମନାଗମନ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଢେଙ୍କାନାଳ ଜିଲ୍ଲାରେ ନୂତନ ରାସ୍ତା ନିର୍ମାଣ ଓ ରାସ୍ତାର ଉନ୍ନତିକରଣକୁ ପ୍ରାଥମିକତା ଭିତ୍ତିରେ ଗୁରୁତ୍ଵ ଦିଆଯାଇଛି। ଏହା ଦ୍ୱାରା ଜିଲ୍ଲାବାସୀଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେବ। ଜିଲ୍ଲାବାସୀ ଗମନାଗମନ ଏବଂ ଯାତାୟତର ସୁବିଧା ନେଇପାରିବେ।
ଆଜି ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ଅଧିନ ସଦର ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡିଶା ସରକାରଙ୍କର ଆନୁକୂଲ୍ୟରେ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ଉପସ୍ଥିତିରେ ୮କୋଟି ୨୩ଲକ୍ଷ ଟଙ୍କା ବ୍ୟୟ ବରାଦରେ ଧିରପାଟଣା ଠାରୁ ଚଷାପଡ଼ା ରାସ୍ତାର ଉନ୍ନତିକରଣ, ୩କୋଟି ୭୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ଟି-୩୫୫ନଂ ଜାତୀୟ ରାଜପଥ ଠାରୁ ନଡ଼ିଆଳି ରାସ୍ତାର ଉନ୍ନତିକରଣ, ୧କୋଟି ୨୮ଲକ୍ଷ ଟଙ୍କା ବ୍ୟୟ ବରାଦରେ ଢେଙ୍କାନାଳ-ଭାପୁର ପୂର୍ତ୍ତ ବିଭାଗ ରାସ୍ତା ଠାରୁ କାକୁଡିଭାଗ ରାସ୍ତାର ଉନ୍ନତିକରଣ ଏବଂ ୧କୋଟି ୧୩ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପୂର୍ତ୍ତ ବିଭାଗ ରାସ୍ତା ଠାରୁ କାମଧେନୁକୋଟ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।











Leave a Reply