ଆଜି ବସିବ ଛତିଶା ନିଯୋଗ ବୈଠକ; ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ହେବ ଆଲୋଚନା ।

ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ। ରାଜେନ୍ଦ୍ରଭିଷେକ ଠାରୁ ଆରମ୍ଭ କରି ନୀଳିଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତିର ନୀତି ନିର୍ଘଣ୍ଟ କରାଯିବ । କୌଣସି ନୀତିରେ ଯେପରି ବିଳମ୍ବ ନ ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି, ହାତୀ ବେଶକୁ କିପରି ଶୃଙ୍ଖଳିତ କରାଯିବ ସେ ନେଇ ନିଆଯିବ ନିଷ୍ପତ୍ତି । ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ସହିତ ସୁନାବେଶ, ନୀଳାଦ୍ରି ବିଜେକୁ ନେଇ ମଧ୍ୟ ଆଲୋଚନା ହେବ ।

ରଥଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବୈଠକରେ ଫୋକସ୍ ରେ ରହିବ । ଏହି ବୈଠକରେ ଛତିଶାନିଯୋଗ ମହାନାୟକ, ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ରହିବେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପାଇଁ ଗାଇଡଲାଇନ ଆଣିବାକୁ ଜାରି କଲେ ନିର୍ଦ୍ଦେଶନାମା । ପୁରୀ ଜଗନ୍ନାଥ ମନ୍ଦିରର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା ସମ୍ପର୍କରେ, ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯେଉଁଥିରେ ମନ୍ଦିରର ସମ୍ପତ୍ତିର ବିକ୍ରୟ, ଲିଜ୍, ହସ୍ତାନ୍ତର ଏବଂ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ସ୍ପଷ୍ଟ ଏବଂ ବ୍ୟାପକ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀମନ୍ଦିରର ସମ୍ପତ୍ତି ବିବାଦ ସହିତ ଜଡିତ ଏକ ମାମଲାର ଶୁଣାଣି କରି ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି।

ତେବେ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କହିଛି, କୌଣସି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବ ନାହିଁ । ଶ୍ରୀମନ୍ଦିର ଭୂସମ୍ପତ୍ତି ଗୁଡିକର କମ୍ପ୍ୟୁଟରୀକରଣ ସହ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତିରେ ଜମିର ସୁରକ୍ଷା କରାଯିବ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ ଅନୁଯାୟୀ ସମସ୍ତ ଜମିର ସୁରକ୍ଷା କରାଯିବ। ଏହି ମାମଲାରେ ମାନ୍ୟବର କୋର୍ଟ ଦେଇଥିବା ନିର୍ଦ୍ଦେଶ ଆଗାମୀ ଦିନରେ ଶ୍ରୀମନ୍ଦିରର ଭୂସମ୍ପତ୍ତି ପରିଚାଳନା କ୍ଷେତ୍ରରେ ଏକ ମାର୍ଗଦର୍ଶକ ସାଜିବ ଏବଂ ଏହାକୁ କଡାକଡି ଭାବେ ଅନୁପାଳନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବଦ୍ଧପରିକର ବୋଲି ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣି ତହସିଲ କନ୍ତିଆ ମୌଜାର ବହୁମୂଲ୍ୟ ୧୫ ଏକର ଜମିକୁ ନେଇ ନିର୍ଦ୍ଦିଷ୍ଟ ଏକ ସଂସ୍ଥା ପକ୍ଷରୁ ଦାଏର ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବଳିଷ୍ଠ ଯୁକ୍ତି ବାଢ଼ିଥିବା ବେଳେ, ନିଜେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଅଦାଲତରେ ହାଜର ହୋଇ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସ୍ୱାର୍ଥ ରକ୍ଷା ପାଇଁ ପକ୍ଷ ରଖିଥିଲେ । ଆଡଭୋକୋଟ୍ ଆନନ୍ଦ ଚନ୍ଦ୍ର ସ୍ବାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମାମଲାର ପରିଚାଳନା କରୁଥିଲେ। ଯାହାର ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ରାୟ ଦେଇ କୋର୍ଟ ଏଥିପାଇଁ ମାର୍ଗଦର୍ଶିକା ଜାରି କରିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)