ରାଜପଥ ମଝିରେ ଜରୁରୀକାଳୀନ ଅବତରଣ କଲା ହେଲିକପ୍ଟର ।

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ କେଦାରନାଥ ଦର୍ଶନ ପାଇଁ ଯାଉଥିବା ଏକ ହେଲିକପ୍ଟର ହଠାତ ରାଜପଥ ମଝିରେ ଜରୁରୀକାଳୀନ ଅବତରଣ କରିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହାଇୱେରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର । କେଦାରନାଥ ପାଇଁ ଉଡ଼ାଣ ଭରିଥିବା ଏକ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଡାସୁ ନିକଟ ହାଇୱେରେ ଜରୁରୀକାଳୀନ ଅବତରଣ କରିଛି । ଏହି ହେଲିକପ୍ଟରରେ ୫ ଯାତ୍ରୀ ସବାର ଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତଙ୍କ ଜୀବନ ରକ୍ଷା ହୋଇଛି । ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳିଯାଇଛି । ତେବେ ହେଲିକପ୍ଟରର ପଛ ଭାଗ ଭାଙ୍ଗି ଯାଇଛି। ହାଇୱେରେ ହେଲିକପ୍ଟରଟି ଧକ୍କା ହେବା ଯୋଗୁଁ ଏକ ଗାଡି କ୍ଷତିଗ୍ରସ୍ତ ହୋଇଛି । ରାଜପଥରେ ହେଲିକପ୍ଟରର ଅବତରଣ ସୂଚନା ପାଇବା ମାତ୍ରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଥିଲେ । ସୂଚନା ମିଳିଛି ଯେ ସହ-ପାଇଲଟଙ୍କୁ ଏହି ଘଟଣାରେ ସାମାନ୍ୟ ଆଘାତ ଲାଗିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)