ଚଳିତବର୍ଷ ୪୦ ହଜାର ନିଯୁକ୍ତି ପାଇବେ ଯୁବପିଢ଼ି; ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଯୁବପିଢ଼ିଙ୍କ ପାଇଁ ବଡ଼ ଖୁସି ଖବର । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବେ ଓଡ଼ିଶା ସରକାର । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆହୁରି କହିଛନ୍ତି ଯେ, ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବାକୁ କହିଛୁ । ଏକ ବର୍ଷ ଭିତରେ ସ୍ୱଚ୍ଛତାର ସହ ୨୮ ହଜାର ପଦବୀ ପୂରଣ ହୋଇଛି ।

ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ ପୁଞ୍ଜି ନିବେଶର ଇଣ୍ଟେଣ୍ଟ ଆସିଥିଲା । ଆମେ ତତ୍‌କ୍ଷଣାତ ୧୩ ଲକ୍ଷ କୋଟିର ଏମ୍‌ଓୟୁ ସ୍ୱାକ୍ଷର କରିଛୁ ବୋଲି କହିଛନ୍ତି । ମିଶନ୍‌ ୨୦୩୬, ମିଶନ୍‌ ୨୦୪୭ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟକ୍ରମ ଚାଲିଛି । ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ୨୦୩୬ ପାଇଁ ୩୬ଟି କାର୍ଯ୍ୟକ୍ରମ ଆଗାମୀ ଦିନରେ ଘୋଷଣା କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ଅନ୍ୟପଟେ ଦିନକ ପରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ହେବ । ଏନେଇ ବିସ୍ତୃତ ଭାବେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ । ବର୍ଷକର ସଫଳ ଯାତ୍ରାର କାହାଣୀ ସହ କେନ୍ଦ୍ରରେ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ଏବଂ ନିଜ ସରକାରର ପ୍ରଥମ ବର୍ଷର ଉପଲବ୍ଧି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୧ ବର୍ଷ ଭିତରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ କ’ଣ କରିଛନ୍ତି ସେନେଇ ଗୋଟି ଗୋଟି କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)