ଆଜି ଅର୍ଥାତ୍ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମେତ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ଚଳିତ ବର୍ଷର ଥିମ୍ ହେଉଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ।
ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍ ଭାବେ ହୁଏ। ତେବେ ଯୋଗ ଆମ ଶରୀର ପାଇଁ କେତେ ଉପକାରୀ ତାହା ଯଦି ଜଣେ ଠିକ୍ ଭାବରେ ହୃଦୟଙ୍ଗମ କରନ୍ତି, ତାହେଲେ ଏହି ଦିବସ ପାଳନ ସଫଳ ହୋଇପାରିବ। ଯୋଗ କରିବା ପୂର୍ବରୁ ଯଦି ଜଣେ ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅବଗତ ନୁହନ୍ତି, ତେବେ ଯୋଗ ଏକ୍ସପର୍ଟଙ୍କ ସହ ଏ ନେଇ ବିଶଦ ଭାବରେ ଆଲୋଚନା କରନ୍ତୁ। ଶାନ୍ତ ମନ ଏବଂ ଶାନ୍ତ ପରିବେଶରେ ଯୋଗ କଲେ ତାହାର ସୁଫଳ ଅଧିକ ମିଳିଥାଏ।












Leave a Reply