ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍‌ ସୁବିଧା ଜାଣିନାହାନ୍ତି: ରାଜ୍ୟପାଳ

ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ। ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବେଗ ପ୍ରକାଶ କଲେ ରାଜ୍ୟପାଳ। ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍‌ ନେଇ ଅବଗତ ଅଛନ୍ତି। ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍‌ ସୁବିଧା ଜାଣିନାହାନ୍ତି। ଜିଲ୍ଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ଦେଖିଛି ଅଫିସର ବି ଜାଣି ନାହାନ୍ତି । ଏପରିକି ଏଲିଟ୍‌ ବର୍ଗର ଲୋକେ ବି ଜାଣି ନାହାନ୍ତି କହି ଉଦ୍‌ବେଗ ଜଣାଇଲେ। ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା। ଯୋଜନାର ଉଦାହରଣ ଦେଲେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନା କଥା କହିଲେ। କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ କିଏ ଦେଇ ନ ପାରିବ ପଚାରିଲେ ରାଜ୍ୟପାଳ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)