ହଟଗୋଳ ମଧ୍ୟରେ ସରିଲା କଣାସ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ

କଣାସ: ପୁରୀ ଜିଲ୍ଲା କଣାସ ବ୍ଲକ ର ପଞ୍ଚାୟତ ସମିତି ସଭା ଗ୍ରୁହରେ ସୋମବାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା, ଏପିଡି ରାଜୀବ କୁମାର ବେହେରା, ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି, ପ୍ରମୁଖ ଯୋଗ ଦେଇଥିଲେ,, ୨୮ଟି ପଞ୍ଚାୟତର ଜନସାଧାରଣଙ୍କ ଓ ଲୋକପ୍ରତିନିଧି ବିଭିନ୍ନ ବିଷୟ ଉପରେ ସେମାନଙ୍କ ଅଭିଯୋଗ ରଖିଥିଲେ। ଶିବିରରେ ବିଭିନ୍ନ ବିଷୟ ବିଭାଗର ୧୦୨ଟି ଅଭିଯୋଗ ଉପରେ ଆଲୋଚନା ହୋଇଥିଲା,। ସମିତି ସଭ୍ୟ ସଭ୍ୟାଙ୍କ ପଞ୍ଚାୟତ ଉନ୍ନତି ମୂଳକ ବାର୍ଷିକ ଖର୍ଚ୍ଚ ବନ୍ଦ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା, ତତସହିତ ବିଭିନ୍ନ ଜନ ହିତକାରୀ ଯୋଜନାରେ ଜନସାଧାରଣ କିପରି ସେଥିରେ ଉପକ୍ରୁତ ହୋଇପାରିବେ ତାହା ଉପରେ ବିଶ୍ର୍ତୁତ ଭାବେ ଆଲୋଚନା ହୋଇଥିଲା, କଣାସ ଅଞ୍ଚଳ ରେ ଅନେକ ସମସ୍ୟା ଲାଗିରହିଥିଲେ ମଧ୍ଯ ସେସବୁକୁ ଗୁରୁତ୍ୱ ନଦେଇ ଅନ୍ୟ ଉପରକୁ ଦୋଷ ଠେଲି ନିଜେ ଅଧିକାରୀ ମାନେ ଅଏସ୍ କରିବାରେ ବ୍ୟସ୍ତ ରହୁଛନ୍ତି,, ଅନ୍ୟ ପକ୍ଷେ ସରକାରୀ ବାବୁମାନେ ଅର୍ଥାତ୍ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଖୋଦ ବିଡିଓ ମହାଶୟ ଗଣମାଧ୍ୟମ ଆଗରେ କୌଣସି ବକ୍ତବ୍ଯ ଦେବେ ନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ, ଏଠି ପ୍ରଶ୍ନ ଉଠୁଛି ଯଦି ବାବୁମାନେ ଯଦି ଠିକ୍ ଅଛନ୍ତି ତେବେ ଗଣମାଧ୍ୟମକୁ ଏତେ ଭୟ କାହିଁକି ,। ଅନ୍ୟ ପକ୍ଷେ ଅଭିଯୋଗ ଶୁଣାଣି କାର୍ଯକ୍ରମରେ କଣାସ ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ସାହୁ, ବ୍ଲକ ଅଧ୍ଯକ୍ଷା ପ୍ରଭାତୀ ରାଉତ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ମଙ୍ଗଳସିଂ ହେମ୍ବ୍ରମ, ତହସିଲଦାର ହିମାଂଶୁ ଶେଖର ଗିରି, କଣାସ ଥାନାଧିକାରୀ ପ୍ରଦୀପ କୁମାର ଜୁଝରସିଂ, ଗଡିଶାଗୋଦା ଥାନାଧିକାରୀ ଦୁର୍ଗାଚରଣ ମହାପାତ୍ର, ବ୍ଲକ ଶିକ୍ଷାଧିକାରୀଣି ଭବମ୍ ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣି ମମତା ମିଶ୍ର, ପୁରୀ ଜିଲ୍ଲା ଅତିରିକ୍ତ ପୋଲିସ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, ସିଡିପିଓ ସ୍ମିତା ମହାନ୍ତି, ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ପଞ୍ଚାୟତ ର ସରପଂଚ, ସମିତି ସଭ୍ୟ/ସଭ୍ୟା, ଓ ସାଧାରଣ ଜନତା ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)