ଆଜି କଟକ ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନର ୩ଟି ୱାଗନରେ ଲାଇନଚ୍ୟୁତ ହୋଇଛି । କଟକ ରେଲୱେ ଷ୍ଟେସନରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନର ୩ଟି ଖାଲି ୱାଗନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ସକାଳ ୮ଟା ୪୩ ମିନିଟରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ଟ୍ରାକ ପରିବର୍ତ୍ତନ କରିବା ସମୟରେ ଏହା ହୋଇଥିବା ଅନୁମାନ କରାଯାଉଛି । ରେଲୱେ ଷ୍ଟେସନରୁ ମାତ୍ର ଅଧ କିଲୋମିଟର ଦୂରରେ ମାଲଗୋଦାମ ଓଭରବ୍ରିଜ ପାଖରେ ଏହା ଲାଇନଚ୍ୟୁତ ହୋଇଥିଲା ।
ଲୁପ୍ ଲାଇନ ୮ ନମ୍ବର ନିକଟରେ ବଗି ଲାଇନଚ୍ୟୁତ ହୋଇଥିଲା । ବଗି ଲାଇନଚ୍ୟୁତ ହେବା ସହିତ ୧୨ରୁ ୧୩ଟି ଚକା ୱାଗନଠାରୁ ଅଲଗା ହୋଇ ଯାଇଥିଲା । ତେବେ ମୁଖ୍ୟ ଲାଇନ ଭଦ୍ରକ-କଟକ-ବିଶାଖାପାଟଣା କାର୍ଯ୍ୟକ୍ଷମ ରହିଛି । ଏହା ସହିତ ପାରାଦୀପ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ ମଧ୍ୟ ପ୍ରଭାବିତ ହୋଇ ନାହିଁ । ପାରାଦୀପ ପଟୁ ଆସୁଥିବା ମାଲବାହୀ ଟ୍ରେନ ଅଧାରେ ଅଟକି ରହିଛନ୍ତି ।
ରେଲୱେର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ପୁନରୁଦ୍ଧାର ଦଳ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି । ଖୁବ ଶୀଘ୍ର ଲୁପ୍ ଲାଇନକୁ ପୁନଃସ୍ଥାପିତ କରାଯିବ। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ପାରାଦୀପରୁ ମାଲ ଆଣିବା ପାଇଁ ଏହି ମାଲବାହୀ ଟ୍ରେନରେ ଖାଲି ୱାଗନ ଯାଉଥିଲା













Leave a Reply