BMC ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ କମିଶନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ । BMC ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଛନ୍ତି ଦୁର୍ବୃତ୍ତ । ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟାଳୟରୁ ଘୋଷାଡି ନେବା ସହ ବିଧା, ଗୋଇଠା ମାରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣକାରୀ କିଏ ତାହା ସ୍ପଷ୍ଟ ହୋଇ ନ ଥିବା କହିଛି କମିଶନରେଟ୍ ପୋଲିସ । କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିବେଳେ ଏ ଅଘଟଣ ଘଟିଥିବା ସୂଚନା । ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି ।
ଗିରଫ ଜୀବନ ରାଉତ ହେଉଛନ୍ତି ୨୯ ନଂ ୱାର୍ଡ କର୍ପୋରେଟର। ଖାରବେଳନଗର ଥାନାରେ ଏତଲା ଆଧାରରେ ଏମାନଙ୍କୁ ଗିରଫ କରିଛି ପୋଲିସ । ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ପୋଲିସ କହିଛି। ଗତକାଲି ଦିନ ପ୍ରାୟ ସାଢେ ୧୧ଟା ବେଳେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ ଚାମ୍ବର ଭିତରେ ମରାଣାନ୍ତକ ଆକ୍ରମଣ କରିଥିଲେ କିଛି ଯୁବକ। BMC ଅଫିସ୍ ଭିତରେ ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଯୁବକ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ। ଘଟଣା ପରେ ଥାନାରେ ଏତଲା ଦେଇଥିଲେ ଅତିରିକ୍ତ କମିଶନର ରତ୍ନାକର ସାହୁ।












Leave a Reply