ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳ:

ଭଦ୍ରକ ଜିଲ୍ଲା ଆଖୁଆପଦାରେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି । ତେବେ ଏହି ନଦୀର ସତର୍କ ସଙ୍କେତ ୧୭.୮୩ ମି. ହୋଇଥିବା ବେଳେ ସୋମବାର ୧୮.୦୩ ମିଟର ଜଳ ପ୍ରବାହିତ ହେଉଛି । ସୂଚନା ଅନୁସାରେ, ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଛି । ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଏବେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୦୯.୭୯ ଫୁଟ ରହିଥିବା ବେଳେ ହୀରାକୁଦକୁ ପ୍ରବେଶ କରୁଛି ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ ଜଳ। ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି । ଏବେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୦୯.୭୯ ଫୁଟ୍‌ । ହୀରାକୁଦକୁ ପ୍ରବେଶ କରୁଛି ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ ଜଳ । ନିଷ୍କାସନ ହେଉଛି ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ ଜଳ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)